LyricFind Logo
LyricFind Logo
Profile image icon
Lyric cover art

Twenty Twenty Prema Chalichi

Apple Music logo
Deezer logo
Spotify logo
Lyrics
ହାଏ ହାଏ ଲୋ ଚୁଇଁ ମୁଇଁ ଗୁରୁତ୍ୱ ଯେତେ ନାହିଁ
ତତେ ଉଡେଇ ନେବି ତୁରୀ ବଜେଇ ।
ତୋ ଆଖିରେ ଆଖି ଲଢେଇ କୁଆଁରୀ ଲାଜ ଦେବି ଛଡେଇ
ତତେ ଉଡେଇ ନେବି ତୁରୀ ବଜେଇ ।
ଆଲୋ ଏମିତି ଦିୱାନା ତୁ ପାଇବୁନି ଛୋରୀ
ବୁଲୁଚି ପରା ମୁଁ ହାଏ ପ୍ରେମ ଚାବି ଧରି ।
ତୋ ମନ ତାଲା ଦେବି ଫିଟେଇ ,ତତେ ଉଡେଇ ନେବି ତୁରୀ ବଜେଇ
ହଁ ଚୁଲୁ ବୁଲି ରୂପଶୀ ତୁ ଫଗୁଣ ମାସର ଖୀଲି ଖୀଲି ନୂଆ ଷୋଡଶୀ
ହସି ଦେଲେ ଲାଗେ ସତେ ଗୋଲାପି ଓଠରୁ ଦଉଚୁ କି ଫଗୁ ବରଷି ।
ଚୁଲୁ ବୁଲି ରୂପଶୀ ତୁ ଫଗୁଣ ମାସର ଖୀଲି ଖୀଲି ନୂଆ ଷୋଡଶୀ
ହସି ଦେଲେ ଲାଗେ ସତେ ଗୋଲାପି ଓଠରୁ ଦଉଚୁ କି ଫଗୁ ବରଷି ।
ଆଲୋ ରସ ମଲେଇ ତୁ ରସ ଜୁଡୁବୁଡୁ ,
ଆଉ ଟିକେ ଆମ ଭାବ ଖାଲି ବଢୁ ।
ତତେ ନେଇ ଯିବି ଜରି ଗୁଡେଇ ,ଆଲୋ ଉଡେଇ ନେବି ତୁରୀ ବଜେଇ
ଆଲୋ ଫୁଲ କୁଆଁରୀ ତୋ ମୁହଁ କାଉଁରୀ ଜହ୍ନ ଲୋ ଦିଶିଲାଣି ଛନ ଛନିଆ
ଓଢଣୀରେ ତତେ ରହ ବାନ୍ଧି ନେବି ଦିନେ ହବୁ ମୋର ସୁନା କନିଆଁ ।
ହେ ଫୁଲ କୁଆଁରୀ ତୋ ମୁହଁ କାଉଁରୀ ଜହ୍ନ ଲୋ ଦିଶିଲାଣି ଛନ ଛନିଆ
ଓଢଣୀରେ ତତେ ରହ ବାନ୍ଧି ନେବି ଦିନେ ହବୁ ମୋର ସୁନା କନିଆଁ ।
ଆଲୋ ଯଉଁ ଦିନେ ତୋର ମୁଁ ହେଇ ଯିବି ପର
ସୁନ୍ଦରୀ ଆହୁରୀ ତୁ ଦିଶିବୁ ସୁନ୍ଦର ସତେ ଚୁମୁକି ଲଗା ମୋତି କଣ୍ଢେଇ ।
ତତେ ଉଡେଇ ନେବି ତୁରୀ ବଜେଇ .....
ହାଏ ହାଏ ଲୋ ଚୁଇଁ ମୁଇଁ ଗୁରୁତ୍ୱ ଯେତେ ନାହିଁ
ତତେ ଉଡେଇ ନେବି ତୁରୀ ବଜେଇ ।
ତୋ ଆଖିରେ ଆଖି ଲଢେଇ କୁଆଁରୀ ଲାଜ ଦେବି ଛଡେଇ
ତତେ ଉଡେଇ ନେବି ତୁରୀ ବଜେଇ ।ା

WRITERS

NIRMAL NAYAK

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other

From This Artist