ଭାବ କାଇଁ ଆମେ ସବୁ ବାଉଁଶ ସିଡି
ମାନୁଚୁ ଆମେ ବେକାରୀ ହେଲେ ଡିଉଟି ଆମ ଜବର
ହଁ ' ଚାପାରେ ଚାପାରେ ଖେଳକରି ଆମେ ଗଡାଉ ମାଳି -
ଆମ ବିନା ନେତା କାଟି ଦେଲେ ଫିତା ରଙ୍ଗ ଆମେ କାଢୁ,
ନିଜ ସିଂହ ଲଗେଇ ଆମେ ନିଜେ ମାଟି ତାଡୁ,
ଗାଁ ମୂରବୀଙ୍କ ପଛ ଧୁଡୁ ଧୁଡୁ!
ପଇଡ଼ ଲୋଭରେ ୟା ତା ବାଡ଼ିରେ ଯାଉତ ଗଳି -
ଚାଲିଗଲା ଶଗଡ଼ ଦେଖି ମାରିଦଉ ହାତ
ଗୁଣିଆଟେ ହେଇ ଝାଡିଦଉ ପୁଣି ଲାଗୁ ହେଇ ଭୂତ,
ଆମପାଇଁ ସମାନ ପରା ବର୍ଷା ଖରା ଶୀତ ,
ଆମ ସାଥେ ଏଠି ଜଣା ଶୁଣା ଭାରି
ଏ ମୁଣ୍ଡ ଠାରୁ ସେ ମୁଣ୍ଡ ଯାଏ
ରଖେଇ ଦଉନି କାହା ଗୁହାଳରେ ଦକ୍ଷିଣୀ ଛେଳି -
WRITERS
Puspak Parida, Sudipta Stalin Mohapatra, Sushil Kumar Barik, Asad Nizam