ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ହଁ, ମୋ ଗୀତରେ ଗୁଣୁଗୁଣୁ—ଗୁଣୁଗୁଣୁ
ହୋ, ମୋ ଗୀତରେ ଗୁଣୁ—ଗୁଣୁ ହଉଥିବୁ ତୁ (ହଉଥିବୁ ତୁ)
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ନି—ନି, ପାନି—ସାରେ—ନିସା, ପାନି—ସାରେ—ନିସା (ପାନି—ସାରେ—ନିସା)
ଟିକି—ଟିକି ମୋର ଟିକି—ଟିକି ଆଶା
ଚୁମା—ଚୁମା ସ୍ବପ୍ନ, ଝୁମା—ଝୁମା ନିଶା
ହେ, ଟିକି—ଟିକି ମୋର ଟିକି—ଟିକି ଆଶା
ଚୁମା—ଚୁମା ସ୍ବପ୍ନ, ଝୁମା—ଝୁମା ନିଶା
ଦୂରେ—ଦୂରେ ବହୁଦୂରେ ଋତୁ ଅଗଣାରେ
ସୁରେ—ସୁରେ ଗୀତ ସୁରେ ହଜିଯାଏ ମୁଁ ରେ
ପବନର ହାତ ଧରି, ଆସୁଥିବି ଫେରି—ଫେରି
ହଁ, ମୋ ପାଉଁଜି ରୁଣୁଝୁଣୁ—ରୁଣୁଝୁଣୁ
ହୋ, ମୋ ପାଉଁଜି ରୁଣୁଝୁଣୁ ଶୁଣୁଥିବୁ ତୁ (ଶୁଣୁଥିବୁ ତୁ)
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ବିଲ, ବଣ ଡେ଼ଇଁ ଯାଏ ବହି—ବହି
ହାଁ, ଗୀତ ମୋର ସେତ କୁଳୁ—କୁଳୁ ନଈ
ବିଲ, ବଣ ଡେ଼ଇଁ ଯାଏ ବହି—ବହି
ଦୁଇ କୂଳେ ଫୁଟେ ତାର କେତେ ଜାତି ଫୁଲ
ସେଇ ଫୁଲ ସୁରଭିରେ ଲେଖା ନାଁ ମୋର
ଫୁଲ ସିନା ଝରିଯିବ, ନଇଁ ସିନା ଶୁଖିଯିବ
ହୋ, ତୋ ବାଟରେ ଝର—ଝର ଝରୁଥିବି ମୁଁ (ଝରୁଥିବି ମୁଁ)
ତୋ ଆଖିରେ ମୁଁ, ମୋ ଆଖିରେ ତୁ
ତୋ ଆଖିରେ ମୁଁ, ମୋ ଆଖିରେ ତୁ