LyricFind Logo
LyricFind Logo
Profile image icon
Lyric cover art

Suna Kandhei

Apple Music logo
Deezer logo
Spotify logo
Lyrics
ଆଖିରେ ଆଖିଏ ସପନ ଦେଇ
କୁଆଡେ ଗଲୁ ଲୋ ମୋ ସୁନା—କଣ୍ଢେଇ?
ହୋ, ଆଖିରେ ଆଖିଏ ସପନ ଦେଇ
କୁଆଡେ ଗଲୁ ଲୋ ମୋ ସୁନା—କଣ୍ଢେଇ?
ଦିନ କେତେ ବିତିଗଲା, ହେଲେ ତୁ ଆସିଲୁନି
ରାତି କେତେ ପାହିଗଲା, ହେଲେ ତୁ ଆସିଲୁନି
ମିଛ କହି ମନକୁ ମୋ ଦେଲି ବୁଝେଇ
ହୋ, ଆଖିରେ ଆଖିଏ ସପନ ଦେଇ
କୁଆଡେ ଗଲୁ ଲୋ ମୋ ସୁନା—କଣ୍ଢେଇ?
ଭାବିଥିଲି ତତେ ନେଇ ଗଢ଼ିବାକୁ ଗୋଟେ ସୁନା—ସଂସାର
ମୋତେ ସଜେଇ ଦେଲୁ ତୁ ଯାଯାବର
ହୋ, କହିଥିଲି ପିନ୍ଧେଇବି ଖାଲି ମଥାରେ ତୋ ନାଲି ସିନ୍ଦୂର
ହେଲେ ସପନ ମୋ ହେଲା ଛାରଖାର
ଜୀବନରେ ଦେଖି ନଥିଲି ମୁଁ ତୋ ପରି ପ୍ରେମିକା
ଭଲ ପାଇବାରେ ମତେ ଆଜି ଦେଇଛୁ ତୁ ଧୋକା
ଭୁଲିବାକୁ ଚାହିଁଲେ ବି ଭୁଲି ପାରୁନାହିଁ
ନିଜକୁ ମୋ ଠାରୁ ନେଲୁ ଦୂରେଇ
ବଞ୍ଚିଛି ଆଜି ମୁଁ ପଥର ହୋଇ
ଆଖିରେ ଆଖିଏ ସପନ ଦେଇ
କୁଆଡେ ଗଲୁ ଲୋ ମୋ ସୁନା—କଣ୍ଢେଇ?
କେମିତି ଏ ସମୟଟା ହେଇଗଲା ଏତେ ସ୍ୱାର୍ଥପର?
ଆମ ପ୍ରେମରେ ଲାଗିଲା କାହା ନଜର?
ହୋ—ଓ—ଓ
ଭାବିଥିଲି ଯାହାକୁ ମୁଁ ନିଜଠାରୁ ଅଧିକ ନିଜର
ଆଜି କଲା ମୋତେ ସିଏ ସାତପର
କେମିତି ଲୋ ଚାଲିଗଲୁ ଅଧାବାଟେ ହାତ ଛାଡ଼ି?
ଦେଖିଥିବା ସପନକୁ ମୋର ଦେଲୁ ତୁ ଉଜାଡ଼ି
ମରିବାକୁ ଚାହିଁଲେ ବି ମରିପାରେ ନାହିଁ
ଚାଲିବା ବାଟରେ ଫୁଲ ଦେଖେଇ
କାହିଁକି ଦେଲୁ ତୁ କଣ୍ଟା ବିଛେଇ?
ଆଖିରେ ଆଖିଏ ସପନ ଦେଇ
କୁଆଡେ ଗଲୁ ଲୋ ମୋ ସୁନା—କଣ୍ଢେଇ?

WRITERS

Kabu Mohanty

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other