LyricFind Logo
LyricFind Logo
Profile image icon
Lyric cover art

Galani Ta Gala Katha

+3 Others

Apple Music logo
Deezer logo
Spotify logo
Lyrics
ଗଲାଣି ତ ଗଲା କଥା, ରେ ସଙ୍ଗାତ
ଗୁପତେ ସିନା ମୁଁ ତୋତେ ପଚାରିଲି, ବଳି ପଡିବାରୁ ବ୍ୟଥା ॥0॥
ଗଙ୍ଗାରୁ ବିଶଦ ଗଭୀର ତୋ ହୃଦ ଗଣ୍ଠିଧନ ତୋର ସ୍ନେହ
ଗୋଡ଼ ଖସି ଖେଦ ହେବାର ଦରଦ ଯିବାର ଉପାୟ କହ ॥୧॥
ଗଞ୍ଜାଇକି ଜିଣି ଲାଗି ତାର ପୁଣି ରଞ୍ଜାଇଲା ମନେ ଝଳି
ଗୋଳା ଗରଳରୁ କଟୁ ପୀୟୂଷରୁ ସ୍ୱାଦୁଗୁଣ ଗଲା ବଳି ॥୨॥
ଗୋଳି ଦେଲା ମୋର ବାହାର ଭିତର ସ୍ଵର ସେ ଅବା ଶର ସେ
ଗାତ୍ର ଗୋଟିଯାକ ପୁରିଲା ପୁଲକ ଶ୍ରବଣ ସୀମା ସ୍ପରଶେ ॥୩॥
ଗିଳିଦେଲା ପୁରନ୍ଦର—ନୀଳକର—କଳିକାମୟ ତିମିର
ଗହନ କି ଗୃହ ହୋଇଲା ସନ୍ଦେହ ନିଶ୍ଚୟ ହୋଇ ବିଦୂର ॥୪॥
ଗତାଳସନାଟପଟୁ ଖଞ୍ଜରୀଟ ପରି କି ଆସିଲା ଉଡ଼ି
ଗଣ୍ଡି ଗର୍ଭେ ଗୁଳି ଗଲା ପରି ଗଳି ବିବେକ ଦେଲା ଘଉଡ଼ି ॥୫॥
ଗଗନ—କୁସୁମ ପରି ଏଠି ଶ୍ରମ ଫଳ ହୋଇବ କି କାଳେ
ଗୋଳିଆ ନ ରଖି କହ ଚନ୍ଦ୍ରମୁଖୀ ଗହଳି ନ ଥିବା ବେଳେ ॥୬॥
ଗରିଷ୍ଠ ଅରୁଚି କାହିଁକି କରୁଛି ଅଶନେ ବସନେ ଦେହେ
ଗୁରୁଜନତତି ଜାଣିଲେ କି ଗତି ଅଷ୍ଟଦୁର୍ଗପତି ଭଣେ ॥୭॥
ସ୍ୱାଭିନ୍ନେ ସଖି ମୂଞ୍ଚ ମାଦୃଶି ଜନେ ତ୍ଵଂ ବଞ୍ଚାନାନାଂଚୟଂ
ନାତିତାନବଧାନତା ଗ୍ରହିଳତା ନିର୍ମାତି ଶର୍ମାତ୍ମନଃ ॥
ଜ୍ଞାନାଦ୍ ବା ତଦଭାବତଃ ପଥି ରସେନାର୍ଦ୍ରାନ୍ତରେ ବନ୍ଧୁରେ
ସଂପାତୋଦ୍ଭବ ହୃଦ୍ବ୍ୟଥାଂ ହର ପରାମୋଦଂଚ ନୋଦଞ୍ଚୟ ॥
ଜ୍ଞାନେନ ବାଜ୍ଞନେନ ପ୍ରଣୀତସ୍ୟପରାଧସ୍ୟ ସ୍ମାରଣଶର ବିସରାସାରପ୍ରୟୋଗଶୀର୍ଣ୍ଣସାରାଂ ମାରାଶୁଗାଶୂଗ— ବିଶେଷନିଃଶେଷ—ସାମର୍ଥ୍ୟାଂ କିମାଲିମାଂ କଦର୍ଥୟସି ବ୍ୟର୍ଥମିତିଗଦିତବତ୍ୟାଂ ସାମିଗଳିତଧୈର୍ଯ୍ୟୟାଂ କିଶୋର୍ଯ୍ୟାଂ ପୂନସ୍ତାଂ ପ୍ରତି ସଖୀ ସାକୂତଂ ।

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other