LyricFind Logo
LyricFind Logo
Profile image icon
Lyric cover art

Kharapa Tu Helu Re!

+3 Others

Apple Music logo
Deezer logo
Spotify logo
Lyrics
ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ
ଖରାପ ତୁ ହେଲୁ ରେ । ଘୋଷା ।
ଖର୍ବ ହୋଇ ସୁରତରୁ କୁସୁମ ବାଞ୍ଛିଲୁ ରେ
ଖେଦ ବୀଜ ନିଜ ହୃଦ କେଦାରେ ବିଞ୍ଚିଲୁ ରେ । ୧ ।
ଖିଆଲ ପରି କି ଧନ ମନରେ ଭାଳିଲୁ ରେ
ଖଳିକାର ନୋହିଁ କଳା ନାଗକୁ ଚାଳିଲୁ ରେ । ୨ ।
ଖରା ସ୍ମରି ଝାଉଁଳିବା ଶ୍ରୀଅଙ୍ଗ ପାଇଲୁ ରେ
ଖମଣି ମଣ୍ଡଳକୁ ତୁ କର ବଢାଇଲୁ ରେ । ୩ ।
ଖାଇ ଦେଇ କି ଅମଳ ଅଚେତା ହୋଇଲୁ ରେ
ଖାରା ଖଣ୍ଡାଧାରା ଖଟ ବିଚାରି ଶୋଇଲୁ ରେ । ୪ ।
ଖଟେ ଅଷ୍ଟଦୁର୍ଗ ନାଥ ତୋ ପଦେ ପହିଲୁ ରେ
ଖଣ୍ଟ କରେ ଧନ ଦେଇ ପଦେ ନ କହିଲୁ ରେ । ୫ ।
ସ୍ପୃଷ୍ଟ୍ଵା ଚଞ୍ଚଳଚନ୍ଦ୍ରକାଞ୍ଚଳଚମତ୍କାରକ୍ରମଂ ଚକ୍ଷୁଷା
କା ବାସ୍ମିନ୍ ପୁଟଭେଦନେ ନବବଧୂରେକାପ୍ୟଶୋକା ଭବେତ୍ ॥
ବାଳେ ନୂତନସୂତିକାଳୟରତୌ କାଳେଽପି ତାଦୃଗ୍ ବକୀ—
ହିଂସାମପ୍ୟନୁଭୂୟ ଲୋକବଚସଃ କିଂ ସାହସଂ ସ୍ଵୀକୃତଂ ॥
ହନ୍ତହନ୍ତାତିକ୍ରାନ୍ତାତ୍ୟନ୍ତବିହିତବଚନୟା ଲୋକାତୀଗଲୀଳାଲୋଳଲୋଚନୟା ଭବତ୍ୟା ଯୂବତୀଜାତିପାତିବ୍ରତ୍ୟାତିଶୟଘାତିନି ଶିଖଣ୍ଡଶେଖରେ ନଟପଟୁନି ତମାଳମାଳମେଚକେ ମହସି ବ୍ୟରଚି ସାପେକ୍ଷକଟାକ୍ଷନିକ୍ଷେପ—ବିଳାସଃ ।

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other