ହୁଁ, ଚୁପ୍—ଚୁପ୍ ଗୁମସୁମ୍ ଏ ମନ କହେ
ଯେତେ ତୋ'ଠାରୁ ମୁଁ ଦୁରେ ଯାଏ
ଛାତି ତଳେ ତୋ ପାଇଁକି ହୁଏ କିଛି—କିଛି ରେ
ସାରା ଜୀବନକୁ ମନ ନେଲା ତତେ ବାଛି ରେ
ସାରା ଜୀବନକୁ ମନ ନେଲା ତତେ ବାଛି ରେ
ଚୁପ୍—ଚୁପ୍ ଗୁମସୁମ୍ ଏ ମନ କହେ
ଯେତେ ତୋ'ଠାରୁ ମୁଁ ଦୁରେ ଯାଏ
ହଁ, କେବେଠାରୁ ଆଖିରେ ମୋ ତୋଳିଦେଲୁ ଘର
ମନେ ପକେଇଲେ ମନେ ପଡୁନାହିଁ ମୋର
ହୋ, ଏ କି ମିଳା—ମିଶା କହ ଦୁଇ ହୃଦୟର
ଆପଣାର ହେଲା ପରେ ନିଦ ହେଲା ପର
ହୁଁ, ଛନ୍—ଛନ୍, ହଲଚଲ ମୋ ନିଦ କହେ
ଟୋପା—ଟୋପା ପ୍ରେମ ତୋର କିଏ ଦେଲା ଛିଞ୍ଚି ରେ?
ସାରା ଜୀବନକୁ ମନ ନେଲା ତତେ ବାଛି ରେ
ତୁ ଯଉଠି ନଥିବୁ ରେ ମୁଁ ସେଇଠି ନାହିଁ
ଦୁନିଆଁକୁ ଆସିଛି ମୁଁ ଖାଲି ତୋ ପାଇଁ
ହୋ, ତୋ ଚାହାଣି ତୋ ଇଶାରେ ଦିଏ ମତେ କହି
ଆମ ପ୍ରେମ କାଲି ପାଇଁ ହବ ଗପ—ବହି
ସୁନ୍—ସୁନ୍, ଗୁନଗୁନ୍ ତୁ ଗୀତଟିଏ
ହୋ, ସେଇ ଖୁସି ପାଇଁକି, ତୁ ପାଖେ ଥାଇ ବି
ଖୋଜିବାକୁ ଭଲଲାଗେ ତତେ ମିଛି—ମିଛି ରେ
ସାରା ଜୀବନକୁ ମନ ନେଲା ତତେ ବାଛି ରେ