LyricFind Logo
LyricFind Logo
Profile image icon
Lyric cover art

Harigali Kalia Mu Jibana Bajire Female Version

Apple Music logo
Deezer logo
Spotify logo
Lyrics
ହାରିଗଲି କାଳିଆମୁଁ ଜୀବନ ବାଜିରେ
ହସ ନାହିଁ ଖୁସି ନାହିଁ ଭାସୁଛି ଲୁହରେ
##
ମିଛ ଏଇ ଦୁନିଆରେ ତୁ ଏକା ସତ
ସେଥି ପାଇଁ ନାଁଆ ତୋର ଜଗନ୍ନାଥ

ତୋଠୁ ଆରମ୍ଭ ବାଟ ତୋ ପାଖରେ ଶେଷ
ସିଂହଦୁଆର ଆଗରେ ଯାଉ ମୋ ନିଃଶ୍ୱାସ
**------*------**
ମିଛ ମାୟା ସଂସାରରେ ଭଲ ଲାଗୁ ନାହିଁ
କୋଳେଇକି ନେଇଯାରେ ଶ୍ରୀକ୍ଷେତ୍ର ଗୋସାଇଁ
ସକାଳରୁ ସଞ୍ଜ ଯାଏଁ ରହିଥିବି ଚାହିଁ
ଭୋକ ମୋର ମେଣ୍ଟିଯିବ ଅଭଡ଼ାକୁ ପାଇ
##
ଜାଣିଛିରେ କାଳିଆତୋ କରୁଣା ଅପାର
ଦୁଃଖି ପାଇଁ ଖୋଲିଛୁ ତୁ ଚାରି ଦୁଆର

ତୋଠୁ ଆରମ୍ଭ ବାଟ ତୋ ପାଖରେ ଶେଷ
ସିଂହଦୁଆର ଆଗରେ ଯାଉ ମୋ ନିଃଶ୍ୱାସ
**------*------**
ଜାଣିଛି ତୁ ଦୁନିଆର ମଉଡମଣି
ଭକତିରେ ଡାକେ ଯିଏ ଆଣୁ ତାକୁ ଟାଣି
ଭକତର ଲୁହ ପୋଛୁ ଖଣ୍ଡୁଆ ପାଟରେ
ତୋ..ପରି ସ୍ନେହୀ ଜଗା ହବକି କିଏରେ
##
ହାତ ଯୋଡ଼ି ଡ଼ାକିଦେଲେ ମହାବାହୁ ବୋଲି
ଦୁଃଖ କଷ୍ଟ ଆପେ ଆପେ ସବୁ ଯାଏ ଭୁଲି

ତୋଠୁ ଆରମ୍ଭ ବାଟ ତୋ ପାଖରେ ଶେଷ
ସିଂହଦୁଆର ଆଗରେ ଯାଉ ମୋ ନିଃଶ୍ୱାସ
**------*------**

WRITERS

Chinmay Dash, Bibhun Kumar Sahoo, Pabitra Mohan Mohanty, Soumya Ranjan Bal

PUBLISHERS

Lyrics © IPRS

Share icon and text

Share


See A Problem With Something?

Lyrics

Other