LyricFind Logo
LyricFind Logo
Profile image icon
Lyric cover art

Saheb

Apple Music logo
Deezer logo
Spotify logo
Lyrics
ଏ ପଵନରେ ବାରୁଦ କେମିତି ମିଶିଗଲା ସାହେବ?
କଥାକୁହା ଚଢ଼େଇଟା କେମିତି ଗୁଙ୍ଗାହେଲା ସାହେବ?
ଆମେ ଲୁହରେ ରୋଇଥିଲୁ ଯେଉଁ ସମ୍ପର୍କର କ୍ଷେତ
ସକାଳକୁ କ୍ଷେତସାରା କେମିତି ରକ୍ତହେଲା ସାହେବ?
ଜୀବନରେ ଧାପେ ଆଲୁଅ ପାଇଁ ଯିଏ ଅଳି କରୁଥିଲେ
ଅଚାନକ ତାଙ୍କର ବସ୍ତି କେମିତି ଜଳିଗଲା ସାହେବ?
ଟିକେ ସ୍ୱପ୍ନ ପାଇଁ ଥରେ ଅଧେ କ'ଣ ରାତି ମାଗିଦେଲୁ
ଆମ ନିଦ ଉପରେ ବି କଟକଣା ଲାଗିଗଲା ସାହେବ!
ଖବରକାଗଜରେ ସତ କିଛି ଛପା ହେବ ନାହିଁ ବୋଲି
ଏ ନିୟମ କେବେଠାରୁ ଲାଗୁହେଲା ସାହେବ!
ତୁମେ କି ସାର ବୁଣିଦେଲ କୁହ ମୋ ବଗିଚାଟା ସାରା
ଏବେ ବଗିଚାର ଫୁଲସବୁ ପୋଡିଗଲା ସାହେବ!
ତୁମ ଚଉକିର ଆୟୁଷ ଆଉ ଟିକେ ବଢିଯିବ ବୋଲି
ଉପାସରେ ଚୁପଚାପ ଗାଁ' ଗୁଡା ମରିଗଲା ସାହେବ!
'ସୁମିତ୍' ସବୁ କିଛି ଜାଣିକି ବି ତୁମ ନାଁ କାହିଁକି ଲେଖୁନି
ଖୁସି ହୁଅ, ତା' କଲମ ବି ରାଜନୀତି ଶିଖିଗଲା ସାହେବ!

WRITERS

Sumit Panda

PUBLISHERS

Lyrics © O/B/O DistroKid

Share icon and text

Share


See A Problem With Something?

Lyrics

Other