ମତେ ତୁ ତୋ ମନରେ ଟୋପା—ଟୋପା ମେଘ କରିଦେ
ମତେ ତୁ ତୋ ପ୍ରେମର ଛିଟା—ଛିଟା ରଙ୍ଗ କରିଦେ
ମତେ ତୁ ତୋ ମନରେ ଟୋପା—ଟୋପା ମେଘ କରିଦେ
ମତେ ତୁ ତୋ ପ୍ରେମର ଛିଟା—ଛିଟା ରଙ୍ଗ କରିଦେ
ନିଦ କାଇଁ ଚୋରିକଲୁ? ସ୍ବପ୍ନ ଟିକେ ଭରିଦେ
ମତେ ତୁ ତୋ ଜୀବନେ ଛୋଟ—ଛୋଟ ଖୁସି କରିଦେ
ମତେ ତୁ ତୋ ଓଠରେ ସାତସୁର ବଂଶୀ କରିଦେ
ଭିଡ଼ ଭିତରେ ଭଲ ଲଗେରେ, କାଇଁ ତୋ ଚେହେରା?
ଅଳ୍ପ ମୁହୂର୍ତ୍ତ ତୋ ସାଥେ ଦେଖା ଲାଗେ ରେ ନିଆରା
ହଁ, ତୋରି ନାଆଁରେ ସ୍ପନ୍ଦନ ଚାଲେ, ପଡ଼େ ମୋ ପଲକ
ଲାଗୁଛି ସତେ କେବେଠୁ ଥିଲା ଆମ ଏ ସମ୍ପର୍କ
ଆଜି ସେ ସମ୍ପର୍କର ନାଁ ଗୋଟେ ଦେଇଦେ
ମତେ ତୁ ତୋ ବାଟରେ ଚୁନା—ଚୁନା ଛାଇ କରିଦେ
ମତେ ତୁ ତୋ ହସର ମିଠା—ମିଠା ନଈ କରିଦେ
ଛାତି ଭିତରେ ଦେଇଛୁ ତୋଳି ପ୍ରେମର ଉଆସ
ହୃଦୟେ ମୋର ତୁ ଅଛୁ ବୋଲି ଚାଲେ ମୋ ନିଶ୍ବାସ
ହଁ, ସେ ଲାଗି ଆଜି ଚୁପି—ଚୁପିକା କହେ ମୋ ହୃଦୟ
ତୋ ପାଖେ ସତେ ଅଟକି ଯାଉ ଏମିତି ସମୟ
ସବୁ ଜନମରେ ମୋର ହବୁ ବୋଲି କହିଦେ
ମତେ ତୁ ତୋ ପାଇଁକି ଝୁମା—ଝୁମା ରାତି କରିଦେ
ମତେ ତୁ ତୋ ସକାଳେ ଅସରନ୍ତି ମୋତି କରିଦେ