ମନ ମୋ ତୋ ପାଖରେ ଆସ୍ତେ—ଆସ୍ତେ ଅଟକିଗଲା
ଆଖି ମୋ ତୋ ଆଖିରେ ଲାଖିଯାଇ ସ୍ବପ୍ନ ଦେଖିଲା
ମନ ମୋ ତୋ ପାଖରେ ଆସ୍ତେ—ଆସ୍ତେ ଅଟକିଗଲା
ଆଖି ମୋ ତୋ ଆଖିରେ ଲାଖିଯାଇ ସ୍ବପ୍ନ ଦେଖିଲା
ରୂପେଲି—ରୂପବତୀ ତୁ ମୋ ସଜକୁଆଁରୀ
ମୋତି ହେଇ ଝରିଗଲା ସବୁଠି ନାଲି ଅବିର
ଲାଗୁଥିଲା ଟିକେ—ଟିକେ ହାଏରେ ମୋତେ ଯେ ଡ଼ର
ବରଷା ଘଟିଥିଲା, ମାରୁଥିଲା ବିଜୁଳି
ଡ଼ରିକି ହାତକୁ ମୋର ଦେଲୁ ତୁ ଧରି
ଭାବୁଥିଲି କହିଦେବି, "ପାଖରୁ ଯା'ନି ଦୂର"
ସ୍ପର୍ଶହେଲା ଓଠେ ଓଠ ସାଥିରେ ପ୍ରଥମଥର
ସ୍ପର୍ଶରେ ଲାଗିଲି ତୋର ବେଶି ସୁନ୍ଦରୀ
ଜୋଛନା ଇର୍ଷାରେ ଗଲା ଟିକେ ଝାଉଁଳି