ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ଥରେ ଫେଣ୍ଟିହେଲେ ତୋ ମିଠା—ରଙ୍ଗ
ଆଉ ଫେରି ପାରିବୁନି ଜୁଆର ମୁଁ ଅବୁଜା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ତତଲା ତୋ ଧିମା—ଧିମା ନିଶ୍ୱାସ
ଛୁଁ—ଛୁଁ ଜଳିଯାଏ ବାରୁଦ ଏ ବୟସ
ତୋ ଛୁଆଁରେ ହାଏ, ଏ କି ମାଦକ?
କାଦମ୍ବରି—ନିଶା ହାରେ କରିଦିଏ କୁହୁକ
ଦେହର କବିତା ମୋର ଆଖିରେ ତୁ ପଢିଯା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା
ଛନ୍ଦିଦେ ତୁ ଧୀରେ—ଧୀରେ ସେ ଅଡୁଆ ଫାସରେ
ସରିଯାଉ ତୋ ବାହୁରେ ସବୁ ଚଞ୍ଚଳତା
ଅଧା—ଅଧୁରା କାହାଣୀ ଆଜି ପୁରା କରିଯା
ତୁ ଚଞ୍ଚଳ ନଈଟେ, ମୁଁ ଚଗଲା ଦରିଆ
ଭାଙ୍ଗି ସବୁ ମୁହାଣ, ମୋ ଭିତରେ ବୋହିଯା